ଦିଗପହଣ୍ଡି, ୨୧।୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ସ୍ବର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ କରାଯାଇଥିଲା। ପୁଞ୍ଜିକଂୟା ଛକ ସ୍ଥିତ ନଗର କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସ୍ମୃତିସଭାରେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ତଥା ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆଧୁନିକ ଭାରତ ଗଠନର ନିର୍ମାତା ଥିଲେ। ଭାରତକୁ ସମଗ୍ର ବିଶ୍ୱରେ ଏକ ସମୃଦ୍ଧିଶାଳୀ ଦେଶରେ ପରିଗଣିତ କରିବା ପାଇଁ ସେ ସତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ସମୟରେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ କମ୍ପ୍ୟୁଟରିକରଣ କରାଯିବା ସହ ଦୂର ସଞ୍ଚାର ବିଭାଗର ଆଧୁନିକୀକରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ନଗର କଂଗ୍ରେସ କମିଟି ସଭାପତି ତଥା କାଉନସିଲର ଦୀପକ ମିଶ୍ର , ଏନଏସି ଉପାଧ୍ୟକ୍ଷା ପ୍ରତିନିଧି କେ.କୁନା,କାଉନସିଲର ସୁନୀଲ ପଣ୍ଡା , ମଣ୍ଟୁ ପାତ୍ର, କୁକ ପାଣିଗ୍ରାହୀ, କାଉନସିଲର ପ୍ରତିନିଧି ରଞ୍ଜିତ ବେହେରା, ଇ.ଶଙ୍କର ,ଶଙ୍କର ବେହେରାଙ୍କ ସମେତ ବହୁ କଂଗ୍ରେସକର୍ମୀ ସାମିଲ ଥିଲେ। ଏହି ଅବସରରେ ସହରର ବହୁ ସଂଖ୍ୟକ ଗରିବ ଅସହାୟ ପରିବାରଙ୍କୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ୟାକେଟ ଏବଂ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା।
Digapahandi City Congress Committee Observes Death Anniversary of Late Prime Minister Rajiv Gandhi
Dharitri•

Full News
Share:
Disclaimer: This content has not been generated, created or edited by Achira News.
Publisher: Dharitri
Want to join the conversation?
Download our mobile app to comment, share your thoughts, and interact with other readers.